ଭୁବନେଶ୍ୱର,ଏନ୍ଏନ୍ଏସ୍: ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ବାସଭବନରେ ବୋମାମଡ ଓ ଆକ୍ରମଣ ଘଟଣା। ଘଟଣାରେ ପୁଲିସ ୬ ଜଣଙ୍କୁ ପଚରାଉଚରା କରୁଛି। ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିବାରୁ ପୁଲିସ ମୁତୟନ କରାଯାଇଛି। ଏଥିସହିତ ବିଧାୟିକାଙ୍କ ବାସଭବନରେ ମଧ୍ୟ ପୁଲିସ ମୁତୟନ ହୋଇଛନ୍ତି।
ସୂଚନା ଅନୁସାରେ, ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୃବୃର୍ତ୍ତଙ୍କ ଲଙ୍କାକାଣ୍ଡ କରାଯାଇଥିଲା। ଖଲ୍ଲିକୋଟ ନିର୍ମଳଝର ନିକଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡା ଘରେ କେହି ନଥିବାବେଳେ ବାହାରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଥିଲେ।
ସେହିପରି ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ କରିଥିଲେ। ବିଧାୟିକାଙ୍କ ସମର୍ଥକଙ୍କ ଉପରକୁ ଏକାଧିକ ବୋମା ଫିଙ୍ଗି ଥିବା ସୂଚନା ମିଳିଥିଲା। ବୋମାମାଡରେ ୪ ଗୁରୁତର ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଥିଲେ।