ଭୁଲ ଟ୍ୱିଟ କରି ଟ୍ରୋଲ ହେଲେ ଫାରହାନ ଅଖତର

  • ମୁମ୍ବାଇ: ଭୁଲ ଟ୍ୱିଟ ପାଇଁ ହଟହଟା ହେଲେ ବଲିଉଡ ଅଭିନେତା ଫାରହାନ ଅଖତର। ଆଜି ଟୋକିଓ ଅଲିମ୍ପିକ୍ରେ ଭାରତର ପୁରୁଷ ହକି ଟିମ୍ ଜର୍ମାନିକୁ ୫-୪ରେ ପରାସ୍ତ କରି କାଂସ୍ୟପଦକ ଜିଣିବା ସହ ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇଥିଲା। ତେବେ ଭାରତୀୟ ଟିମର ଏଭଳି ଐତିହାସିକ ବିଜୟ ପରେ ଟିମକୁ ଶଭେଚ୍ଛା ଜଣାଇବାକୁ ଯାଇ ହଟହଟା ହୋଇଛନ୍ତି ଅଭିନେତା ଫରହାନ ଅଖତର। ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇବା ପରିବର୍ତ୍ତେ ସେ ଭୁଲରେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଥିଲେ।
    ହେଲେ ସେ ନିଜର ଭୁଲ ଜାଣିପାରି ପୁରୁଣା ଟ୍ୱିଟକୁ ହଟାଇବା ସହ ନୂଆ ଟ୍ୱିଟ କରିଥିବା ଦେଖାଯାଇଛି। ତେବେ ଫରହାନ ଟ୍ୱିଟ ହଟାଇଥିଲେ ମଧ୍ୟ ଏବେ ତାଙ୍କ ଟ୍ୱିଟର ସ୍କ୍ରିନସଟ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ସ୍କ୍ରିନସଟରେ ସେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି, ଯାହା ପାଇଁ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି।