ଦିନକରେ ୧୫୭୮ ନୂଆ କରୋନା ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୫୭୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୯୧୫ଜଣ ଓ ସ୍ଥାନୀୟ ସଂକ୍ରମଣ ୬୬୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୭୭ହଜାର ୨୬୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୩୬, କଟକରୁ ୨୧୨, ଜଗତସିଂହପୁରରୁ ୧୧୩, ପୁରୀରୁ ୧୦୯, ଷ୍ଟେଟପୋଲରୁ ୯୨, ବାଲେଶ୍ୱରରୁ ୭୮, ଯାଜପୁରରୁ ୭୭, ନୟାଗଡ଼ରୁ ୫୩, ଭଦ୍ରକରୁ ୫୨, କେନ୍ଦ୍ରାପଡ଼ାରୁ ୫୧, ଅନୁଗୁଳରୁ ୪୭, ମୟୁରଭଞ୍ଜରୁ ୪୧ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୯ଜଣ ରହିଛନ୍ତି। ସେହିପରି ଢେଙ୍କାନାଳରୁ ୧୯, ସମ୍ବଲପୁରରୁ ୧୮, କନ୍ଧମାଳ ଓ କେଉଁଝରରୁ ୧୭ ଲେଖାଏଁ, ନବରଙ୍ଗପୁରରୁ ୧୬, ରାୟଗଡ଼ା, ଗଜପତି ଓ କୋରାପୁଟରୁ ୧୪ ଲେଖାଏଁ, ସୋନପୁରରୁ ୧୨, ମାଲକାନଗିରିରୁ ୧୧, ବରଗଡ଼ରୁ ୯, ବଲାଙ୍ଗିର ଓ ଦେଓଗଡ଼ରୁ ୮ ଲେଖାଏଁ, ବୌଦ୍ଧରୁ ୪, ନୂଆପଡ଼ା, ଗଞ୍ଜାମ ଓ ଝାରସୁଗୁଡ଼ାରୁ ୨ ଲେଖାଏଁ ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୭୭ହଜାର ୨୬୮ ହୋଇଥିବାବେଳେ ୯ଲକ୍ଷ ୫୪ହଜାର ୯୨୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫,୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୬ହଜାର ୩୮୪ଜଣ ଚିକିତ୍ସିତ ହେଉଛନ୍ତି।