କରୋନାରେ ଆଖି ବୁଜିଲେ ଆଉ ୬୮

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଯୋଗୁ ଆଜି ଆଉ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୫,୯୦୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜି ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ମଧ୍ୟରେ ଅନୁଗୁଳରୁ ୮, ଗଞ୍ଜାମରୁ ୭, ବାଲେଶ୍ୱର ଓ ପୁରୀରୁ ୫ ଲେଖାଏଁ, ମୟୁରଭଞ୍ଜ, ଭୁବନେଶ୍ୱର ଓ କଟକରୁ ୪ ଲେଖାଏଁ, ବରଗଡ଼, ବଲାଙ୍ଗିର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେଉଁଝର, ନୟାଗଡ଼, ଓ ଖୋର୍ଦ୍ଧାରୁ ୩ ଲେଖାଏଁ, ଭଦ୍ରକ, ନବରଙ୍ଗପୁର, ସମ୍ବଲପୁର ଓ ଜଗତସିଂହପୁରରୁ ୨ଲେଖାଏଁ, ବୌଦ୍ଧ, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ସମ୍ପୃକ୍ତ ମୃତକ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।