ଟୋକିଓ,ଏଜେନ୍ସି: ନିରାଶ କଲେ ଓଡ଼ିଶା ଧାବିକା ଦୂତି ଚାନ୍ଦ। ୧୦୦ ମିଟର ଦୌଡ଼ରେ ନିରାଶ କରିଛନ୍ତି କଲେ ଦୂତୀ ଚାନ୍ଦ। ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ। ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ଧୂଳିସାତ ହୋଇଛି।
ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି। ସେ ୧୦.୮୪ ସେକେଣ୍ଡରେ ନିଜର ଲକ୍ଷ୍ୟ ପୂରଣ କରିଥିଲେ। ପରେ ୧୦.୯୧ ସେକେଣ୍ଡ ସହ ସ୍ୱିଜରଲ୍ୟାଣ୍ଡର ଏ. ଡେଲ ପଣ୍ଟେ ୨ୟ ସ୍ଥାନରେ ଓ୧୧.୦୦ ସେକେଣ୍ଡ ସହ ନାଇଜେରିଆର ଏ. ନ୍ୱୋକୋଚା ତୃତୀୟ ସ୍ଥାନ ହାସଲ କରିଛନ୍ତି।