ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨,୦୩୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୯ଲକ୍ଷ ୫୩ହଜାର ୮୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୪୫, କଟକରୁ ୨୨୫, ବୌଦ୍ଧରୁ ୧୭୧, ଯାଜପୁରରୁ ୧୨୯, କେନ୍ଦ୍ରାପଡ଼ା ଓ ଷ୍ଟେଟପୋଲରୁ ୧୧୦ ଲେଖାଏଁ, ପୁରୀରୁ ୧୦୦, ଜଗତସିଂହପୁରରୁ ୯୦, ମୟୁରଭଞ୍ଜରୁ ୮୯, ବାଲେଶ୍ୱରରୁ ୮୨, ନୟାଗଡ଼ରୁ ୭୧ ଓ ଅନୁଗୁଳ ଜିଲ୍ଲାରୁ ୬୫ଜଣ ରହିଛନ୍ତି। ସେହିପରି ଢେଙ୍କାନାଳରୁ ୫୭, ମାଲକାନଗିରିରୁ ୨୭, କନ୍ଧମାଳରୁ ୨୩, କେଉଁଝରରୁ ୨୨, ସମ୍ବଲପୁରରୁ ୨୦, ରାୟଗଡ଼ାରୁ ୧୯, ସୁନ୍ଦରଗଡ଼ରୁ ୧୫, ବୌଦ୍ଧରୁ ୧୦, କଳାହାଣ୍ଡିରୁ ୯, ବରଗଡ଼, ବଲାଙ୍ଗିର, କୋରାପୁଟ ଓ ସୋନପୁରରୁ ୮ ଲେଖାଏଁ, ଗଜପତିରୁ ୭, ଦେଓଗଡ଼ରୁ ୬, ଗଞ୍ଜାମ ଓ ନବରଙ୍ଗପୁରରୁ ୪ ଲେଖାଏଁ ଓ ନୂଆପଡ଼ା ଜିଲ୍ଲାରୁ ୨ଜଣ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୭୪ହଜାର ୧୩୨ ହୋଇଥିବାବେଳେ ୯ଲକ୍ଷ ୫୩ହଜାର ୮୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫,୭୬୮ଜଣଙ୍କର ମୃତ୍ୟୁ ଘଟିଛି ଓ ୧୫ହଜାର ୨୨୩ଜଣ ଚିକିତ୍ସିତ ହେଉଛନ୍ତି।