+୨ ପିଲାଙ୍କ ଉପସ୍ଥାନର ତଥ୍ୟ ରଖାଯିବ

  • ଭୁବନେଶ୍ୱର: ସରକାର + ୨ ପିଲାଙ୍କ ଦୈନିକ ଉପସ୍ଥାନର ତଥ୍ୟ ରଖିବେ। ଏନେଇ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି। ଦୈନିକ ଅପରାହ୍ନ ୪ଟା ସୁଦ୍ଧା ଅନଲାଇନ୍ରେ ତଥ୍ୟ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।