ଯୁକ୍ତ ୩ ପାଠ୍ୟକ୍ରମରେ ‘ବିପର୍ଯ୍ୟୟ ପରିଚାଳନା’

କଟକ,ଏନ୍ଏନ୍ଏସ୍: ଯୁକ୍ତ ୩ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନାକୁ ସାମିଲ କରାଯିବ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯୁକ୍ତ ୩ ପ୍ରଥମ ବର୍ଷରେ ବିପର୍ଯ୍ୟୟ ପରିଚାଳନା ବାଧ୍ୟତାମୂଳକ ରହିବ। ଏଥିରେ ବିପର୍ଯ୍ୟୟ, ମହାମାରୀ ଓ ସର୍ଭାଇଭାଲ ସ୍କିଲ ସମ୍ବନ୍ଧରେ ପଢ଼ାଯିବ। କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ପିଲା ବାଧ୍ୟତାମୂଳକ ଭାବେ ଏହାକୁ ପଢ଼ିବେ। ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ପ୍ରଦାନ କରିଛନ୍ତି।