ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡ଼ିଲା ରଥ

ପୁରୀ,ଏନ୍ଏନ୍ଏସ୍: ଆଜି ହେଉଛି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦିରୁ ଲୀଳାଖେଳା ସାରି ରତ୍ନବେଦିକୁ ଶ୍ରୀଜିଉ ବାହାଡ଼ୁଛନ୍ତି। ଆଜି ସକାଳେ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା। ରଥାରୂଢ଼ ପରେ ଗଜପତି ମହାରାଜା ୩ ରଥରେ ଛେରା ପହଁରା କରିଥିଲେ। ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିରରୁ ରଥଟଣା ଆରମ୍ଭ ହୋଇଛି।