ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ

କଟକ.ଏନ୍ଏନ୍ଏସ୍: କଟକର ନରାଜଠାରେ ଥିବା ପ୍ରତିଷ୍ଠିତ ଶ୍ରୀଶ୍ରୀ ୟୁନିଭରସିଟି ପରିସରରେ ଆଜି ୩୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦିକ ହସ୍ପିଟାଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଧ୍ୟାତ୍ମିକ ଗୁରୁ ରବି ଶଙ୍କର ଶିଳାନ୍ୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଖୁବ୍‌ ଶୀଘ୍ର ଢେଙ୍କାନାଳରେ ନୂଆ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ହେବ।

ଏବେ ରାଜ୍ୟରେ ୫ଟି ଆୟୁର୍ବେଦିକ ହସ୍ପିଟାଲ ଓ ୮୦୦ଟି କ୍ଲିନିକ୍‌ କାମ କରୁଥିବା ସେ କହିଛନ୍ତି। ଏଥିସହ ୫ ହଜାର ବର୍ଷ ପୁରୁଣା ଆୟୁର୍ବେଦର ଲୋକପ୍ରିୟତା ବଢୁଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ରାଜ୍ୟରେ ସ୍ୱାସ୍ଥ୍ୟ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ  ଦେଇଛନ୍ତି। ଆୟୁର୍ବେଦିକ ହସ୍ପିଟାଲର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶ୍ରୀଶ୍ରୀ ୟୁନିଭରସିଟିର ପ୍ରତିଷ୍ଠାତା ତଥା ଆର୍ଟ ଅଫ୍ ଲିଭିଂ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଯୋଗଦେଇ ହସ୍ପିଟାଲରେ ୩୦୦ଟି ସିଟ୍ ରହିବ ଏବଂ ଏଠାରେ ଶତାଧିକ ରୋଗର ଚିକିତ୍ସା ପାଇଁ ଅତ୍ୟାଧୁନିକ  ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।