- ଭୁବନଶ୍ୱର: ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୯ଟି ଜିଲ୍ଲାର ୧୮ଟି ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବ୍ଲକର ବିଡିଓଙ୍କ ସହି ଶ୍ରମ, କର୍ମଚାରୀ ଓ ରାଜ୍ୟ ବୀମା ବିଭାଗର ଅଧିକାରୀ ଏବଂ ନିର୍ମାଣ ଶ୍ରମିକମାନେ ଭିସି ଜରିଆରେ ସାମିଲ ହୋଇଥିଲେ।
ପ୍ରତ୍ୟେକ ଶ୍ରମିକଙ୍କୁ ୧୫୦୦ ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ଦିଆଯାଇଥିଲା। ଓଡ଼ିଶାରେ ପାଖାପାଖି ୧ କୋଟି ୬୫ ଲକ୍ଷ ଶ୍ରମିକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ଲକ୍ଷ ନିର୍ମାଣ ଶ୍ରମିକ ଥିବାବେଳେ ପାଖାପାଖି ୧୩ ଲକ୍ଷ ବାହାର ରାଜ୍ୟରୁ ଆସି ଏଠାରେ କାମ କରୁଛନ୍ତି। ସେହି ହିସାବରେ ୧୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ କାମ କରୁଛନ୍ତି।