ଆଜି ଆସିବ ବଡ଼ ଘୋଷଣା, ଦିନ ସାଢ଼େ ୨ଟାରେ ମୁଖ୍ୟ ସଚିବଙ୍କ ପ୍ରେସ ବିବୃତ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ସରୁଛି ରାଜ୍ୟରେ ଜାରି ରହିଥିବା ଆଂଶିକ ଲକଡାଉନ୍। ତାପରେ କ’ଣ ରହିବ ମୁକାବିଲା ରଣନୀତି। ଆଜି ଦିନ ସାଢ଼େ ୨ଟାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବାବଦରେ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ପ୍ରେସ ବିବୃତ୍ତି ଜାରି କରିବେ।

ଜୁଲାଇ ୩୦ ତାରିଖ ଯାଏ କ’ଣ ରହିବ କୋଭିଡ୍ ମୁକିବାଲି ରଣନୀତି ସେବାବଦରେ ରାଜ୍ୟବାସୀଙ୍କୁ ସୂଚନା ଦେବେ ମୁଖ୍ୟ ଶାସନ ସଚିବ। ମୁଖ୍ୟ ସଚିବ କ’ଣ ଘୋଷଣା କରିବେ ତାଉପରେ ସମସ୍ତଙ୍କର ନଜର ରହିଛି। ବିଶେଷ କରି ବର୍ତ୍ତମାନ କରୋନା ସ୍ଥିତି ଓ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି କେଉଁ ଜିଲ୍ଲାରୁ କଟକଣା ଅଧିକ କୋହଳ ହେବ ଓ କେଉଁଠି କଟକଣା ବଳବତ୍ତର ରହିବ ସେନେଇ ଘୋଷଣା ହୋଇପାରେ। କେଉଁ କ୍ଷେତ୍ରରୁ ଅଧିକ କୋହଳ ମିଳିବ ତାଉପରେ ବି ନଜର ରହିଛି।