ତାମିଲନାଡ଼ୁରେ ଜୁଲାଇ ୧୯କୁ ବଢ଼ିଲା ଲକଡାଉନ

ଚେନ୍ନାଇ: ତାମିଲନାଡ଼ୁରେ କରୋନା ସଂକ୍ରମଣ କମିବା ସତ୍ୱେ ଲକଡାଉନ ବଢ଼ାଯାଇଛି। ଏମକେ ଷ୍ଟାଲିନ ସରକାର ଜୁଲାଇ ୧୯ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇଥିବା ନେଇ ସୂଚନା ମିଳିଛି। କିନ୍ତୁ କିଛି ନିୟମ କୋହଳ କରାଯାଇଛି। ନୂଆ ଗାଇଡଲାଇନ ଅନୁସାରେ, ହୋଟେଲ, ଚା’ ଦୋକାନ, ବେକେରୀ ଓ ଜଳଖିଆ ଦୋକାନ ୫୦ ପ୍ରତିଶତ କର୍ମଚାରୀ ସହ ରାତି ୯ଟା ପର୍ଯ୍ୟନ୍ତ ଖୋଲିବ। କିନ୍ତୁ ସ୍କୁଲ, କଲେଜ, ଥିଏଟର, ବାର, ସୁଇମିଂ ପୁଲ ଓ ଜିମ୍ ଖୋଲିବ ନାହିଁ। ପୁଡ଼ୁଚେରୀ ବ୍ୟତୀତ ଅନ୍ୟ କୌଣସି ପଡ଼ୋଶୀ ରାଜ୍ୟକୁ ବସ ଚଳାଚଳ କରିବ ନାହିଁ। ବିବାହ ଉତ୍ସବରେ ୫୦ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ଜଣଙ୍କୁ ଅନୁମତି ଦିଆଯିବ।

ସୂଚନାଯୋଗ୍ୟ, ତାମିଲନାଡ଼ୁରେ ଗତ ୨୪ ଘଣ୍ଟାରେ ୩୯୨୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୬୯ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ଲକ୍ଷ ୧୦ ହଜାର ହୋଇଥିବାବେଳେ ୩୩ହଜାର ୩୨୨ଜଣଙ୍କର ମୃତ୍ୟୁ ଘଟିଛି।