ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ: ୨ ଯବାନ ଗୁରୁତର

କନ୍ଧମାଳ: ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଫଳରେ ମାଓବାଦୀଙ୍କ ଗୁଳିରେ ୨ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଆଇଜି ଅପରେସନ ଅମିତାଭ ଠାକୁର ସୂଚନା ଦେଇଛନ୍ତ। ମିଳିଥିବା ରିପୋର୍ଟ ମୁତାବକ, ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ୮ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ଗୁଳି ବିନିମୟ ଚାଲିଛି।

ସୂଚନାଯୋଗ୍ୟ, କୋରାପୁଟ ଓ ମାଲକାନଗିରି ଗସ୍ତରେ ଥିବା ଡିଜିପି ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ। ଏଥିସହିତ ନିଜ ହେଲିକପ୍ଟରରେ ଏୟାରଲିଫ୍ଟ କରି ୨ ଯବାନଙ୍କୁ ଭୁବନେଶ୍ୱର ଆଣୁଛନ୍ତି।