- ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୩ ତାରିଖରେ ଲୋକସେବା ଭବନରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର ସମସ୍ତ କୁଳପତି ଓ କୁଳସଚିବ ଉପସ୍ଥିତ ରହିବେ। ୟୁଜି, ପିଜିର ୧ମ ଓ ୨ୟ ବର୍ଷ ପରୀକ୍ଷା ଏବଂ ଆଡମିଶନ ନେଇ ଆଲୋଚନା ହେବ। ପ୍ରବେଶିକା ପରୀକ୍ଷା ଓ ଅନଲାଇନ ପାଠପଢ଼ା ନେଇ ମଧ୍ୟ ସମ୍ମିଳନୀରେ ଆଲୋଚନା ହେବ।