- ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ସତ୍ତେ୍ୱ ରାଜ୍ୟରେ କରୋନା କୋପ କମୁନି। ୫ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ହାରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତାରେ। ଏସବୁ ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି। ଡିଏମଇଟି କହିଲେ, ୩ ମାସିଆ ସର୍ଭେଲାନ୍ସ ସହ ଟେଷ୍ଟିଂ ବଢ଼ାଯାଇଛି। ୧୦% ଉପରେ ସଂକ୍ରମିତ ଥିବା ୬୬ ଜିଲ୍ଲାରୁ ଓଡ଼ିଶାର ୨ଟି ଜିଲ୍ଲା ରହିଛି।