ଗର୍ଭବତୀଙ୍କୁ ଟିକାକରଣ ଏସଓପି

  • ଭୁବନେଶ୍ୱର: ଗର୍ଭବତୀଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏସଓପି। ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଦିଆଯିବ। ଟିକାକରଣ ପାଇଁ ୧୫ ତାରିଖ ସୁଦ୍ଧା ଟ୍ରେନିଂ ଶେଷ ହେବ। ଟିକାକରଣ ପାଇଁ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯିବ। ସେମାନଙ୍କୁ ନିର୍ଦ୍ଧାରିତ ତାରିଖ ଓ ସମୟରେ ଆଶାକର୍ମୀ ଟିକାକରଣ କେନ୍ଦ୍ରକୁ ଆଣିବେ। ଟିକା ନେବା ପାଇଁ ଗର୍ଭବତୀ ଧାଡ଼ିରେ ଛିଡ଼ା ହେବେ ନାହିଁ। ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଟିକା ନେବା ପରେ ସେମାନଙ୍କୁ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଟିକାକରଣର ପାଶ୍ୱର୍ ପ୍ରତିକ୍ରିୟା ନେଇ ତୁରନ୍ତ ଅବଗତ କରାଯିବ।