- ଭୁବନେଶ୍ୱର: ରାଜ୍ୟରେ ମନରେଗା ଶ୍ରମିକଙ୍କ ପାଇଁ କୋଭିଡ ପ୍ୟାକେଜ ଘୋଷଣା କରାଯାଇଛି। ଏପ୍ରିଲ, ମେ’ ଓ ଜୁନ ମାସରେ କାମ କରିଥିବା ମନରେଗା ଶ୍ରମିକ ଉପକୃତ ହେବେ। ଶ୍ରମିକମାନେ ପ୍ରତି ଶ୍ରମ ଦିବସ ଲାଗି ଅତିରିକ୍ତ ୫୦ ଟଙ୍କା ପାଇବେ। ଘୋଷଣା କରାଯାଇଥିବା ପ୍ୟାକେଜରେ ୩୨ ଲକ୍ଷ ଶ୍ରମିକ ଉପକୃତ ହେବେ। ଏହି ପ୍ୟାକେଜ ପାଇଁ ୩୫୨ କୋଟି ଟଙ୍କା ଖର୍ଚ୍ଚ ହେବ।