ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ବ୍ୟବସ୍ଥା ଲୋକାର୍ପିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ନାତ୍ତକ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ବ୍ୟବସ୍ଥାର ଲୋକାର୍ପଣ ହୋଇଛି। ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏହାର ଲୋକାର୍ପଣ କରିଛନ୍ତି। ଇ-ଲେକଚର ଦ୍ୱାରା ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପକୃତ ହେବେ। ବର୍ତ୍ତମାନ ପାଇଁ ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ୱ ବିଜ୍ଞାନ, ବାଣିଜ୍ୟ ଏବଂ ଅର୍ଥନୀତି ବିଷୟର କୋର ପେପରର ଇ-ଲେକଚର ପ୍ରସ୍ତୁତ କରାଯାଇ https://vtputkal.odisha.gov.inରେ ଅପଲୋଡ କରାଯାଇଛି।

ବାକି ସେମିଷ୍ଟରର ଏହି ୧୧ଟି ବିଷୟରେ ଇ-ଲେକଚର ଯଥା ସମୟରେ ଅପଲୋଡ କରାଯିବ ବୋଲି କୁହାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯୋନ ରୁଷା ଅନ୍ତର୍ଗତ ଭର୍ଚ୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ମାଧ୍ୟମରେ ଏହି ଇ-ଲେକଚରର ବ୍ୟବସ୍ଥା କରାଯାଇଛି।