କଟକର ତାରକସି କାମକୁ ଜିଆଇ ଟ୍ୟାଗ ପାଇଁ ଆବେଦନ

  • ଭୁବନେଶ୍ୱର: କଟକର ତାରକସି କାମକୁ ଜିଆଇ ଟ୍ୟାଗ୍ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏନେଇ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେୂ ଆବେଦନ କରାଯାଇଛି। କଟକ ରୁପା ତାରକସିକୁ ଜିଆଇ ଟ୍ୟାଗ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିବାବେଳେ ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିବାରୁ କାରିଗରମାନେ ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଶାର ଗର୍ବ ଓ ଗୌରବ ସାଜିଥିବା କଟକର ରୁପା ତାରକସିକୁ ଜିଆଇ ଟ୍ୟାଗ ଦିଆଯାଉ ବୋଲି ଓଡ଼ିଶା ଯୁକ୍ତି ବାଢ଼ିଛି। ପୃଥିବୀର ଭିନ୍ନଭିନ୍ନ ସ୍ଥାନରେ ରୁପା କାରୁକାର୍ଯ୍ୟ ହେଉଥିଲେ ବି କଟକର ତାରକସି କାମ ସ୍ୱତନ୍ତ୍ର ବଜାୟ ରଖିଛି। ସୂଚନା ମୁତବାକ, ରାଜ୍ୟ ସମବାୟ ହସ୍ତକଳା କର୍ପୋରେସନ ଚେନ୍ନାଇର ପ୍ରତିଷ୍ଠିତ ଜିଆଇ ଟ୍ୟାଗ ଆଡଭୋକେଟ ସଞ୍ଜଇ ଗାନ୍ଧୀ ଓଡ଼ିଶା ପକ୍ଷରୁ ଆବେଦନ କରିଛନ୍ତି।