ଏଥର ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜ

ପୁରୀ,ଏନ୍ଏନ୍ଏସ୍: ଚଳିତ ବର୍ଷ ରଥଯାତ୍ରାରେ ଗଜପତି ମହାରାଜ ଛେରାପହଁରା କରିବେ। ଏନେଇ ନିଜେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି। ସ୍ନାନଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ। ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଯିବୁ ବୋଲି ଗଜପତି ମହାରାଜ କହିଛନ୍ତି। ଏଥିସହିତ ଅନ୍ୟସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଗଜପତି ମହାରାଜ ସ୍ୱାଗତ କରିଛନ୍ତି।