ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ କମିବ ସଂକ୍ରମଣ। କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ତାଣ୍ଡବ ରଚିଲା ପରେ ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଛି। ଏନେଇ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ କମିଛି ଓ ସେହି ଧାରାରେ ଓଡ଼ିଶାରେ ମଧ୍ୟ ସଂକ୍ରମଣ କମିବ। ସେପଟେ ମହାମାରୀ ବ୍ୟାପିବା ବେଳେ ସବୁଠୁ ଅଧିକ ଆତଙ୍କିତ କରିଥିବା ବ୍ଲାକ୍ ଫଙ୍ଗସ ରାଜ୍ୟକୁ ଏତେ ପ୍ରଭାବିତ କରିନାହିଁ। ସେହିପରି ରାଜ୍ୟରେ ମେ’ ମାସରୁ ଏପର୍ଯ୍ୟନ୍ତ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।