ରାଜ୍ୟରେ ୨,୬୪୦ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨,୬୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୧୭ଜଣ ଓ ସ୍ଥାନୀୟ ସଂକ୍ରମଣ ୧୧୨୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬ହଜାର ୪୨୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୩୯୭, ଖୋର୍ଦ୍ଧାରୁ ୩୬୫, କଟକରୁ ୨୬୬, ପୁରୀରୁ ୧୭୮, ଯାଜପୁରରୁ ୧୬୨, ମୟୁରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୩୨, ଭଦ୍ରକରୁ ୧୨୮, ନୟାଗଡ଼ରୁ ୯୨, ଅନୁଗୁଳରୁ ୮୯, ଷ୍ଟେଟପୋଲରୁ ୭୩, କେଉଁଝରରୁ ୭୦ ଓ ଢେଙ୍କାନାଳ ଜିଲ୍ଲାରୁ ୬୭ଜଣ ରହିଛନ୍ତି। ସେହିପରି ମାଲକାନଗିରିରୁ ୬୪, କୋରାପୁଟରୁ ୬୧, କେନ୍ଦ୍ରାପଡ଼ାରୁ ୫୫, ରାୟଗଡ଼ାରୁ ୪୯, ସୁନ୍ଦରଗଡ଼ରୁ ୨୮, ସୋନପୁରରୁ ୨୫, ସମ୍ବଲପୁରରୁ ୨୩, ବରଗଡ଼ରୁ ୨୧, କଳାହାଣ୍ଡି ଓ ନବରଙ୍ଗପୁରରୁ ୨୦ ଲେଖାଏଁ, ବୌଦ୍ଧରୁ ୧୯, ଗଜପତିରୁ ୧୮, ଗଞ୍ଜାମରୁ ୧୭, କନ୍ଧମାଳରୁ ୧୫, ବଲାଙ୍ଗିରରୁ ୧୧, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୮ ଲେଖାଏଁ ଓ ଦେବଗଡ଼ ଜିଲ୍ଲାରୁ ୪ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୬ହଜାର ୪୨୯ ହୋଇଥିବାବେଳେ ୮ଲକ୍ଷ ୭୦ହଜାର ୭୮୭ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୯୭୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୧ହଜାର ୬୧୯ଜଣ ଚିକିତ୍ସିତ ହେଉଛନ୍ତି।