ଦକ୍ଷିଣ ପୂର୍ବ ରେଳପଥର ନୂତନ ମହାପ୍ରବନ୍ଧକ ସଞ୍ଜୟ ମହାନ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: କଲିକତା ସ୍ଥିତ ଦକ୍ଷିଣ ପୂର୍ବ ରେଳପଥର ନୂତନ ମହାପ୍ରବନ୍ଧକ ଭାବେ ସଞ୍ଜୟ କୁମାର ମହାନ୍ତି ଯୋଗଦାନ କରିଛନ୍ତି। ସେ ପୂର୍ବରୁ ରେଳବାଇ ବୋର୍ଡରେ ଟ୍ରାଫିକ ଟ୍ରାନ୍ସପୋର୍ଟେସନର ପ୍ରିନ୍ସିପାଲ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଭାରତୀୟ ରେଳବାଇରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଯଥା ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ରେଳବାଇ ପ୍ରବନ୍ଧକ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ କରିଛନ୍ତି।

ଭାରତୀୟ ରେଳବାଇରେ ଖୋର୍ଦ୍ଧା ରୋଡ୍ ମଣ୍ଡଳକୁ ଏକ ଶ୍ରେଷ୍ଠ ପଣ୍ୟପରିବହନମଣ୍ଡଳ ଭାବେ ଠିଆ କରିବାରେ କରିବାରେ ଶ୍ରୀ ମହାନ୍ତିଙ୍କ ଭୂମିକା ପ୍ରଶଂସନୀୟ। ସେହିପରି ସେ ଦିଲ୍ଲୀ ସ୍କୁଲ ଅଫ୍ଇକୋନୋମିକ୍ସରେ ଡିଗ୍ରୀ ହାସଲ କରି ୧୯୮୫ରେ ଭାରତୀୟ ରେଳ ଟ୍ରାଫିକ୍‍ ସେବାରେ ଯୋଗଦାନ କରିଥିଲେ। ସେ ବାଲେଶ୍ୱରର ଜଣାଶୁଣା ଆଇନ୍‌ଜୀବୀ ସ୍ୱର୍ଗତ କୃଷ୍ଣପ୍ରସାଦ ମହାନ୍ତିଙ୍କର କନିଷ୍ଠ ପୁତ୍ର ଅଟନ୍ତି।