ଭୁବନେଶ୍ୱରରୁ ଆଜି ୩୩୨ କୋଭିଡ ମାମଲା ଚିହ୍ନଟ, ୭୧୬ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ମହାନଗର ନିଗମ ରିପୋର୍ଟ ଅନୁସାରେ ଆଜି ରାଜଧାନୀରୁ ଆଉ ୩୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜଧାନୀରେ ମୋଟ ସଂକ୍ରମଣ ସଂଖ୍ୟା ୮୬ ହଜାର ୪୦୨ରେ ପହଞ୍ଚିଛି। ନୂଆ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଲୋକାଲରୁ ୨୬୨ ଜଣ ଓ ସଂଗରୋଧ କେନ୍ଦ୍ରରୁ ୭୦ ଜଣ ଅଛନ୍ତି।

ଅନ୍ୟପକ୍ଷରେ ରାଜଧାନୀରେ ଆଉ ୭୧୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୩ ହଜାର ୮୭୫ରେ ପହଞ୍ଚିଛି। ବର୍ତ୍ତମାନ ୨୧୦୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୪୦୦ ଜଣଙ୍କ ମୃତ୍ୟୁ ହୋଇସାରିଛି।