ରାଜ୍ୟରେ ଆଜି ଆଉ ୩,୪୨୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୩,୪୨୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୫୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪୭୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୩ହଜାର ୯୨୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୫୩, କଟକରୁ ୩୯୬, ଯାଜପୁରରୁ ୨୮୫, ବାଲେଶ୍ୱରରୁ ୨୬୧, ପୁରୀରୁ ୨୧୭, ମୟୁରଭଞ୍ଜରୁ ୧୬୨, ନୟାଗଡ଼ରୁ ୧୪୨, ଭଦ୍ରକରୁ ୧୩୯, ବାଲେଶ୍ୱରରୁ ୧୩୮, କେନ୍ଦ୍ରାପଡ଼ାରୁ ୧୧୧, ଜଗତସିଂହପୁରରୁ ୧୦୮, ରାୟଗଡ଼ାରୁ ୯୪, ଢେଙ୍କାନାଳ ଓ ସୁନ୍ଦରଗଡ଼ରୁ ୭୮ ଲେଖାଏଁ ଓ ଷ୍ଟେଟପୋଲରୁ ୮୨ଜଣ ରହିଛନ୍ତି। ସେହିପରି କୋରାପୁଟରୁ ୭୨, ନବରଙ୍ଗପୁରରୁ ୬୦, ବରଗଡ଼ରୁ ୫୨, କେଉଁଝରରୁ ୪୭, ବଲାଙ୍ଗିରରୁ ୪୪, କନ୍ଧମାଳରୁ ୪୧, ମାଲକାନଗିରିରୁ ୩୮, କଳାହାଣ୍ଡିରୁ ୩୫, ସମ୍ବଲପୁରରୁ ୩୨, ବୌଦ୍ଧରୁ ୩୧, ସୋନପୁରରୁ ୩୦, ଗଜପତିରୁ ୨୭, ଗଞ୍ଜାମରୁ ୨୬, ଦେଓଗଡ଼ରୁ ୨୨, ନୂଆପଡ଼ାରୁ ୨୦ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୩ହଜାର ୯୨୫ ହୋଇଥିବାବେଳେ ୮ଲକ୍ଷ ୨୯ହଜାର ୮୫୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୫୫୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୦ହଜାର ୪୭୧ ଜଣ ଚିକିତ୍ସିତ ହେଉଛନ୍ତି।