ରଥଯାତ୍ରା ପାଇଁ ୪ଥର ହେବ କରୋନା ଟେଷ୍ଟ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ସହ ଜଡ଼ିତ ସମସ୍ତଙ୍କର ୪ଥର କରୋନା ଟେଷ୍ଟ କରାଯିବ। ଏଥିରେ ପୁଲିସ କର୍ମଚାରୀ, ସେବାୟତ ଓ ମନ୍ଦିର ଅଧିକାରୀ ସାମିଲ ଅଛନ୍ତି। ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରା ପୂର୍ବରୁ ସମସ୍ତଙ୍କର ଥରେ ଲେଖାଏଁ ଆରଟିପିସିଆର ଟେଷ୍ଟ ହେବ। ଏଥିସହିତ ନିଳାଦ୍ରି ବିଜେର ୧୫ ଦିନ ପରେ ଆଉ ଥରେ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଆଉ ଏହି ଟେଷ୍ଟ ୪୮ ଘଣ୍ଟା ପୂର୍ବରୁ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ରଥଯାତ୍ରା ପୂର୍ବରୁ ସମ୍ପୃକ୍ତ ସମସ୍ତ ସେବାୟତ ଓ ଅଧିକାରୀଙ୍କ ଟିକାକରଣ ଉପରେ ଫୋକସ କରାଯିବ। ଯୋଗସୂତ୍ର ସ୍ଥାପନ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମଓ ଅଫିସ ମଧ୍ୟରେ ଯୋଗସୂତ୍ର ରଖିବେ। ସ୍ନାନଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ଦିଆଯିବ ବୋଲି ଜଣାପଡ଼ିଛି।