ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୬୩୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୦୬୯ଜଣ ଓ ସ୍ଥାନୀୟ ସଂକ୍ରମଣ ୧୫୬୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬୬ହଜାର ୬୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୦୬, କଟକରୁ ୪୩୮, ଯାଜପୁରରୁ ୩୦୫, ବାଲେଶ୍ୱରରୁ ୨୬୨, ଅନୁଗୁଳରୁ ୨୦୪, ପୁରୀରୁ ୧୯୯, ଭଦ୍ରକରୁ ୧୭୮, କେନ୍ଦ୍ରାପଡ଼ାରୁ ୧୨୦, ଢେଙ୍କାନାଳରୁ ୧୧୪, ମୟୁରଭଞ୍ଜରୁ ୧୧୨, ନବରଙ୍ଗପୁରରୁ ୧୦୮, ନୟାଗଡ଼ରୁ ୧୦୬, ଜଗତସିଂହପୁରରୁ ୯୨ ଓ ବୌଦ୍ଧରୁ ୮୪ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮୩, କୋରାପୁଟରୁ ୮୦, ରାୟଗଡ଼ାରୁ ୭୯, କେଉଁଝରରୁ ୬୮, ଷ୍ଟେଟପୋଲରୁ ୬୪, ମାଲକାନଗିରିରୁ ୫୬, ବରଗଡ଼ ଓ ସୋନପୁରରୁ ୫୦ ଲେଖାଏଁ, କନ୍ଧମାଳରୁ ୪୮, କଳାହାଣ୍ଡିରୁ ୪୧, ସମ୍ବଲପୁରରୁ ୩୭, ବଲାଙ୍ଗିରରୁ ୩୬, ଦେଓଗଡ଼ରୁ ୨୮, ଗଞ୍ଜାମରୁ ୨୭, ଜଗତସିଂହପୁର ଓ ନୂଆପଡ଼ାରୁ ୧୯ ଲେଖାଏଁ ଓ ଗଜପତି ଜିଲ୍ଲାରୁ ୧୮ଜଣ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬୬ହଜାର ୬୯୨ ହୋଇଥିବାବେଳେ ୮ଲକ୍ଷ ୧୭ହଜାର ୩୫୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୪୭୧ଜଣଙ୍କର ମୃତ୍ୟୁ ଘଟିଛି ଓ ୪୫ହଜାର ୮୦୯ଜଣ ଚିକିତ୍ସିତ ହେଉଛନ୍ତି।