ଆଜିଠୁ ଗହଣା ବିକ୍ରି ପାଇଁ ହଲମାର୍କ ବାଧ୍ୟତାମୂଳକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁନାଗହଣା ଉପରେ ଆଜିଠୁ ହଲମାର୍କ ବାଧ୍ୟତାମୂଳକ କରାଯାଇଛି। ବିନା ହଲମାର୍କରେ କୌଣସି ଗହଣା ଦୋକାନୀ ଗହଣା ବିକ୍ରି କରିପାରିବେ ନାହିଁ। କୌଣସି ଗ୍ରାହକ ଚାହିଁଲେ ଦୋକାନରେ ପୁରୁଣା ଗହଣା ବିକ୍ରି କରିପାରିବେ। ପରେ ଦୋକାନୀ ପୁରୁଣା ଗହଣା କିଣି ଏହାର ମାନକ ବଢ଼ାଇବେ। ନିର୍ଦ୍ଦିଷ୍ଟ ମାନକ ବଢ଼ାଇବା ପରେ ଏଥିରେ ହଲମାର୍କ ଲାଗଇ ପାରିବେ। ଏନେଇ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମହାନିର୍ଦ୍ଦେଶକ ପ୍ରମୋଦ ତିୱାରୀ ସୂଚନା ଦେଇଛନ୍ତି।