ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୫୩୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୧୬ଜଣ ଓ ସ୍ଥାନୀୟ ସଂକ୍ରମଣ ୧୫୧୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬୩ହଜାର ୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୩୩, ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ୱରରୁ ୨୯୬, ଅନୁଗୁଳରୁ ୨୦୭, ପୁରୀରୁ ୧୮୭, ଭଦ୍ରକରୁ ୧୮୪, ମୟୁରଭଞ୍ଜରୁ ୧୫୩, କେନ୍ଦ୍ରାପଡ଼ାରୁ ୧୦୪, ନୟାଗଡ଼ରୁ ୯୫, କେଉଁଝରରୁ ୯୨, ଜଗତସିଂହପୁରରୁ ୯୦, ବରଗଡ଼ରୁ ୮୬, ନବରଙ୍ଗପୁରରୁ ୮୫, ଷ୍ଟେଟପୋଲରୁ ୮୨ ଓ ସୁନ୍ଦରଗଡ ଜିଲ୍ଲାରୁ ୭୬ଜଣ ରହିଛନ୍ତି। ସେହିପରି ରାୟଗଡ଼ାରୁ ୭୩, ମାଲକାନଗିରିରୁ ୬୮, ଢେଙ୍କାନାଳ, କୋରାପୁଟ ଓ କନ୍ଧମାଳରୁ ୫୬ ଲେଖାଏଁ, ବୌଦ୍ଧରୁ ୫୨, ସମ୍ବଲପୁର ଓ ସୋନପୁରରୁ ୩୯ ଲେଖାଏଁ, କଳାହାଣ୍ଡିରୁ ୩୫, ଗଜପତିରୁ ୨୭, ଗଞ୍ଜାମରୁ ୨୬, ଦେଓଗଡ଼ରୁ ୨୫, ବଲାଙ୍ଗିରରୁ ୧୮, ନୂଆପଡ଼ାରୁ ୧୫ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୨ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬୩ହଜାର ୬୧ ହୋଇଥିବାବେଳେ ୮ଲକ୍ଷ ୧୧ହଜାର ୭୮୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୪୩୨ଜଣଙ୍କର ମୃତ୍ୟୁ ଘଟିଛି ଓ ୪୭ହଜାର ୭୯୬ଜଣ ଚିକିତ୍ସିତ ହେଉଛନ୍ତି।