ରାଜ୍ୟରେ ୪,୩୩୯ଜଣ ନୂଆ କେରାନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୪,୩୩୯ଜଣ ନୂଆ କେରାନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨,୪୭୫ଜଣ ଓ ସ୍ଥାନୀୟ ସଂକ୍ରମଣ ୧୮୬୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୬ହଜାର ୧୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୦୦, କଟକରୁ ୪୮୦, ବାଲେଶ୍ୱରରୁ ୨୯୬, ପୁରୀରୁ ୨୫୫, ଅନୁଗୁଳରୁ ୨୨୬, ଯାଜପୁରରୁ ୨୦୭, କେନ୍ଦ୍ରାପଡ଼ାରୁ ୧୮୧, ସୁନ୍ଦରଗଡ଼ରୁ ୧୭୮, ମୟୁରଭଞ୍ଜରୁ ୧୫୮, ନୟାଗଡ଼ରୁ ୧୪୯, ଢେଙ୍କାନାଳରୁ ୧୪୪, ଜଗତସିଂହପୁରରୁ ୧୪୩, ଢେଙ୍କାନାଳରୁ ୧୨୬ ଓ ଷ୍ଟେଟପୋଲରୁ ୧୦୯ଜଣ ରହିଛନ୍ତି। ସେହିପରି କେଉଁଝରରୁ ୯୨, ସୋନପୁରରୁ ୮୪, ନବରଙ୍ଗପୁରରୁ ୭୮, ବରଗଡ଼ରୁ ୬୮, କୋରାପୁଟରୁ ୬୫, ରାୟଗଡ଼ାରୁ ୬୪, କଳାହାଣ୍ଡି ଓ କନ୍ଧମାଳରୁ ୬୨ ଲେଖାଏଁ, ବୌଦ୍ଧ ଓ ସମ୍ବଲପୁରରୁ ୫୪ ଲେଖାଏଁ, ବଲାଙ୍ଗିରରୁ ୫୩, ମାଲକାନଗିରିରୁ ୫୦, ଗଜପତିରୁ ୩୬, ଗଞ୍ଜାମରୁ ୨୯, ଦେଓଗଡ଼ରୁ ୨୬, ନୂଆପଡ଼ାରୁ ୧୪ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୩ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୬ହଜାର ୧୨୧ ହୋଇଥିବାବେଳେ ୭ଲକ୍ଷ ୯୬ହଜାର ୭୯୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୩୪୬ଜଣଙ୍କର ମୃତ୍ୟୁ ଘଟିଛି ଓ ୫୫ହଜାର ୯୨୩ ଜଣ ଚିକିତ୍ସିତ ହେଉଛନ୍ତି।