ଏହି ଗଛରେ ଦିନେ ଚଢ଼େଇ ବସା କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବୃକ୍ଷରୋପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ ରେ ସେ ଲେଖିଛନ୍ତି, ‘ଏହି ଗଛ ବଡ଼ ହେଲେ ଏଥିରେ ଦିନେ ଚଢ଼େଇ ବସା ବାନ୍ଧିବ।

ଚଢ଼େଇଙ୍କ କିଚିରିମିଚିରି ଶବ୍ଦ ଶୁଭିବ। ଗଛର ଫଳଫୁଲ ଓ ଛାଇକୁ ସମସ୍ତେ ଉପଭୋଗ କରିବେ । ଜନନୀ ଜନ୍ମଭୂମିଶ୍ଚ ସ୍ୱାର୍ଗାଦପି ଗରିୟସୀ’