ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮,୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୯୪୮ଜଣ ଓ ସ୍ଥାନୀୟ ସଂକ୍ରମଣ ୩,୮୯୧ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୩୫, ମୟୁରଭଞ୍ଜରୁ ୫୮୩, କଟକରୁ ୭୬୯, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩, ପୁରୀରୁ ୪୩୮, ଭଦ୍ରକରୁ ୪୧୯, ଅନୁଗୁଳରୁ ୪୧୪, ବାଲେଶ୍ୱରରୁ ୩୯୫, କେଉଁଝରରୁ ୩୮୮, ସୁନ୍ଦରଗଡ଼ରୁ ୩୩୮, ଜଗତସିଂହପୁରରୁ ୩୧୭ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦୨ଜଣ ରହିଛନ୍ତି। ସେହିପରି ନୟାଗଡ଼ରୁ ୨୪୬, ରାୟଗଡ଼ାରୁ ୨୧୬, ଷ୍ଟେଟପୋଲରୁ ୨୦୦, ଗଞ୍ଜାମରୁ ୧୯୬, ସମ୍ବଲପୁରରୁ ୧୯୪, ବରଗଡ଼ରୁ ୧୯୩, ବୌଦ୍ଧରୁ ୧୭୯, କଳାହାଣ୍ଡିରୁ ୧୪୫, ନବରଙ୍ଗପୁରରୁ ୧୨୯, ଝାରସୁଗୁଡ଼ାରୁ ୧୨୧, ସୋନପୁରରୁ ୧୧୮, କୋରାପୁଟରୁ ୯୯, ବଲାଙ୍ଗିରରୁ ୮୯, ମାଲକାନଗିରିରୁ ୮୫, ଦେଓଗଡ଼ରୁ ୮୪, କନ୍ଧମାଳରୁ ୫୮, ଗଜପତିରୁ ୫୨ ଓ ନୂଆପଡ଼ା ଜିଲ୍ଲାରୁ ୩୪ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦ ହୋଇଥିବାବେଳେ ୭ଲକ୍ଷ ୨ହଜାର ୬୨୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୮୭୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୫ହଜାର ୪୨୩ଜଣ ଚିକିତ୍ସିତ ହେଉଛନ୍ତି।