କରୋନାରେ ଅନାଥ ଓ ବିଧବାଙ୍କୁ ଚିହ୍ନଟ କରି ୧୫ ଦିନରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁଁ ଅନାଥ ଏବଂ ବିଧବା ହୋଇଥିବା ପୀଡ଼ିତଙ୍କୁ ତୁରନ୍ତ ଚିହ୍ନଟ କରି ୧୫ ଦିନ ମଧ୍ୟରେ ପେନସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଭର୍ଚ୍ଚୁଆଲ ମୋଡରେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ମଧୁବାବୁ ଯୋଜନାରେ ଏହି ପେନସନ ଦେବାକୁ କୁହାଯାଇଛି। ସେହିପରି ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩ ମାସର ଅଗ୍ରିମ ଭତ୍ତା ଦେବା ଓ ବ୍ଲାକ୍ ଫଙ୍ଗସ୍ ନିରାକରଣ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ତୃତୀୟ ଲହରିରେ ପିଲାମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଏଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ଆଇସିୟୁରୁ ଚାପ କମୁଛି, ଅକ୍ସିଜେନ ବ୍ୟବହାର ମଧ୍ୟ କମିଛି ବୋଲି କହିବା ସହିତ ଆସନ୍ତା ସପ୍ତାହକୁ ରାଜ୍ୟରେ କୋଭିଡ ସ୍ଥିତିରେ ଉନ୍ନତି ଘଟିବା ନେଇ ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।