ସୁସ୍ଥ ହେଲେ ୧୧,୫୧୩ କରୋନା ରୋଗୀ : ଖୋର୍ଦ୍ଧାରୁ ସର୍ବାଧିକ ୧୪୬୪

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୧ହଜାର ୫୧୩ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୬ଲକ୍ଷ ୫୮ହଜାର ୬୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୬୪, କଟକରୁ ୧୦୫୨, ଯାଜପୁରରୁ ୭୯୧, ସୁନ୍ଦରଗଡ଼ରୁ ୬୯୯, ଅନୁଗୁଳରୁ ୬୯୦, ପୁରୀରୁ ୫୬୮, ମୟୁରଭଞ୍ଜରୁ ୫୩୪, ବାଲେଶ୍ୱରରୁ ୫୨୪, ସମ୍ବଲପୁରରୁ ୪୩୮, ଝାରସୁଗୁଡ଼ାରୁ ୪୨୧, ବରଗଡ଼ରୁ ୩୮୪, ନୟାଗଡ଼ରୁ ୩୪୬, ଗଞ୍ଜାମରୁ ୩୧୬, ନବରଙ୍ଗପୁରରୁ ୩୦୨ ଓ ଜଗତସିଂହପୁର ଜିଲ୍ଲାରୁ ୨୯୪ଜଣ ରହିଛନ୍ତି। ସେହିପରି ବଲାଙ୍ଗିରରୁ ୨୯୩, କୋରାପୁଟରୁ ୨୬୪, ରାୟଗଡ଼ାରୁ ୧୯୯, କଳାହାଣ୍ଡିରୁ ୧୯୬, ବୌଦ୍ଧରୁ ୧୯୧, ସୋନପୁରରୁ ୧୮୬, କେଉଁଝରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୫୦, ଭଦ୍ରକରୁ ୧୩୨, ଢେଙ୍କାନାଳରୁ ୧୨୭, ଦେଓଗଡ଼ରୁ ୧୧୭, ନୂଆପଡ଼ାରୁ ୧୧୧, ଗଜପତିରୁ ୧୧୦, କନ୍ଧମାଳରୁ ୧୦୨ ଓ ମାଲକାନଗିରି ଜିଲ୍ଲାରୁ ୧୦୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୪୭ ହଜାର ୧୪୩ ହୋଇଥିବାବେଳେ ୬ଲକ୍ଷ ୫୮ହଜାର ୬୪୬ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୬୮୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୫ହଜାର ୮୧୧ ଜଣ ଚିକିତ୍ସିତ ହେଉଛନ୍ତି।