ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ ଦିନ ୧ଟା ସୁଦ୍ଧା ସରିବ। ବାଲେଶ୍ୱର ଜିଲ୍ଲା ପାର ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ। ଏନେଇ ଏସଆରସି ପ୍ରଦୀପ୍ତ ଜେନା ସୂଚନା ଦେଇଛନ୍ତି। ବାଲେଶ୍ୱର ପରେ ଅପରାହ୍ନରେ ମୟୁରଭଞ୍ଜ ଯିବ। ସେଠାରେ ୧୦୦ କିମି ବେଗରେ ପବନ ବହିବ। ମୟୁରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡ ଚାଲିଯିବ। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷ ହୋଇଛି। ମୟୁରଭଞ୍ଜର କୁସୁମୀ ବ୍ଲକରେ ସର୍ବାଧିକ ୪୦୦ ମିଲିଲିଟର ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି।