ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୧ ହଜାର ୬୨୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬,୫୦୯ଜଣ ଓ ସ୍ଥାନୀୟ ସଂକ୍ରମଣ ୫,୧୧୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୨୬୯ହଜାର ୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧, କଟକରୁ ୯୯୮, ଅନୁଗୁଳରୁ ୮୨୩, ସୁନ୍ଦରଗଡ଼ରୁ ୬୯୯, ଯାଜପୁରରୁ ୫୬୦, ବାଲେଶ୍ୱରରୁ ୫୦୮, ପୁରୀରୁ ୪୬୨, ଭଦ୍ରକରୁ ୪୬୧, ଢେଙ୍କାନାଳରୁ ୪୪୧, କଳାହାଣ୍ଡିରୁ ୩୫୨, ସମ୍ବଲପୁରରୁ ୩୪୨, ଷ୍ଟେଟପୋଲରୁ ୩୩୮, ନୟାଗଡ଼ରୁ ୩୧୬ ଓ ଜଗତସିଂହପୁର ଜିଲ୍ଲାରୁ ୩୧୫ଜଣ ରହିଛନ୍ତି। ସେହିପରି ନବରଙ୍ଗପୁରରୁ ୩୦୦, ସୋନପୁରରୁ ୨୬୧, ବରଗଡ଼ରୁ ୨୫୭, ମୟୁରଭଞ୍ଜରୁ ୨୪୯, ରାଗୟଡ଼ାରୁ ୨୨୩, କୋରାପୁଟରୁ ୨୧୮, ବୌଦ୍ଧରୁ ୨୦୬, କେନ୍ଦ୍ରାପଡ଼ାରୁ ୧୯୮, ଝାରସୁଗଡ଼ାରୁ ୧୮୪, ବଲାଙ୍ଗିରରୁ ୧୭୦, ଗଞ୍ଜାମରୁ ୧୫୮, କନ୍ଧମାଳରୁ ୧୪୧, କେଉଁଝରରୁ ୧୩୩, ଦେଓଗଡ଼ରୁ ୮୬, ଗଜପତିରୁ ୭୬, ମାଲକାନଗିରିରୁ ୭୩ ଓ ନୂଆପଡ଼ା ଜିଲ୍ଲାରୁ ୫୪ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୨୬୯ହଜାର ୩ ହୋଇଥିବାବେଳେ ୬ଲକ୍ଷ ୧୨ହଜାର ୯୯୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୫୮୪ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୧୦ହଜାର ୩୭୩ଜଣ ଚିକିତ୍ସିତ ହେଉଛନ୍ତି।