ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ଉଭୟ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ଏଣିକି ୱେସାଇଟରେ ମିଳିବ। ୱେବସାଇଟ ଦ୍ୱାରା ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିହେବ। ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ-୧୯ ୱେବସାଇଟରେ ଏହି ବ୍ୟବସ୍ଥା କରାଯାଇଛି। ୱେବସାଇଟକୁ ଯାଇ ‘ନୋ ୟୋର ଟେଷ୍ଟ ରିପୋର୍ଟ’କୁ କ୍ଲିକ କରିବାକୁ ପଡ଼ିବ। ସେଠାରେ ସାମ୍ପଲ ଦେଲାବେଳେ ଦେଇଥିବା ନିଜ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ନମ୍ବର ଦେବା ପରେ ମୋବାଇଲକୁ ଏକ ଓଟିପି ଯିବ। ଠଟିପି ନମ୍ବର ଦେବା ପରେ ରିପୋର୍ଟ ମିଳିଯିବ ବୋଲି ଜଣାପଡ଼ିଛି।