ରଥଖଳାରୁ ଆଉ ୧୦ କରୋନାରେ ସଂକ୍ରମିତ

ପୁରୀ,ଏନ୍ଏନ୍ଏସ୍: ରଥଖଳାରୁ ଆଉ ୧୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ରଥଖଳାରୁ ୮ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ରଥଖଳାରୁ ମୋଟ ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ୧୮ଜଣଙ୍କ ମଧ୍ୟରୁ ୧୨ଜଣ ମହାରଣା ଓ ୬ଜଣ ଭୋଇ ସେବାୟତ ଥିବା ଜଣାପଡ଼ିଛି।