ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି ସାମ୍ବାଦିକ ମାନେ କରୋନା ସତ୍ତ୍ୱେ ଲୋକମାନଙ୍କ ନିକଟକୁ ଅନବରତ ଖବର ପହଞ୍ଚାଉଛନ୍ତି। ଏହି ଘୋଷଣା ଦ୍ୱାରା ରାଜ୍ୟର ୬,୯୪୪ ଜଣ ସାମ୍ବାଦିକ ଉପକୃତ ହେବେ।

ସୂଚନା ଅନୁସାରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣରେ ୧୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏନେଇ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କୁ ଆଗଧାଡି ଯୋଦ୍ଧାର ମାନ୍ୟତା ମିଳୁ ବୋଲି ଦାବି ହୋଇଥିଲା।