ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଆଇଡ଼ି ମାର୍କେଟକୁ ୩ ଦିନ ପାଇଁ ସିଲ୍ କରାଯାଇଛି। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ସିଲ ହୋଇଛି। କୋଭିଡ ନିୟମ ଉଲ୍ଲଙ୍ଘନ ହେଉଥିବାରୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ। ଆଜି ୨୪ଘଣ୍ଟା ପାଇଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ତେବେ ଆସନ୍ତାକାଲି ଶନିବାର ଓ ତା’ପରଦିନ ରବିବାର ସପ୍ତାହନ୍ତ ସଟଡାଉନ ରହିଛି। ଆଜିଠାରୁ ୩ ଦିନ ଯାଏଁ ଇନ୍ଦ୍ରଧନୁ ମାର୍କେଟ ବନ୍ଦ ରହିବ। ସୋମବାର ଦିନ ଖୋଲିବ ଇନ୍ଦ୍ରଧନୁ ମାର୍କେଟ। ବାରମ୍ବାର ବିଏମସି ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ଏହି ସ୍ଥାନରେ ଭିଡ଼ ପରିଲକ୍ଷିତ ହେଉଛି। ଅଧିକ ଗହଳି କରିବା ସହ ଲୋକ କୋଭିଡ ନିୟମର ଉଲ୍ଲଙ୍ଘନ କରୁଛନ୍ତି।
ଫଳରେ ବିଏମସି ଓ କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ହାଟରେ ମିଳିତ ଚଢ଼ଉ କରାଯାଉଛି। ଗତକାଲି ଡମଣା ହାଟକୁ ବନ୍ଦ କରାଯାଇଥିବା ବେଳେ ୨୮ ତାରିଖ ଦିନ ମାର୍କେଟ ବିଲଡିଂକୁ ମଧ୍ୟ ବନ୍ଦ କରାଯାଇଥିଲା।