ବାଘ ଛାଲ ବିକ୍ରି ପାଇଁ ଡିଲ ବେଳେ ଏସଟିଏଫର ଚଢ଼ଉ: ଜଣେ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ବନ୍ୟଜନ୍ତୁ ଶିକାର ଓ ସାମଗ୍ରୀର ଚୋରା ଚାଲାଣ ବଢିଚାଲିଛି। ଏହି କ୍ରମରେ ଆଜି ବାଘ ଚମଡା ବିକ୍ରି ପାଇଁ ଡିଲ ହେଉଥିବା ବେଳେ ବେପାରି ବେଶରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଆସି ଚଢ଼ଉ କରିବା ସହ ଜଣଙ୍କୁ ଗିରଫ କରିଛି।

ସୋନପୁର ଜିଲ୍ଲାରେ ଏକ ବାଘଛାଲ ବେପାର ପାଇଁ ଡିଲ ଚାଲିଥିଲା। କୌଣସି ସୂତ୍ରରୁ ଖବରପାଇ ବେପାରୀ ବେଶରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ସେଠାରେ ପହଞ୍ଚିଥିଲା। ସେଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି ଏସଟିଏଫ୍।

ଜବତ ବାଘ ଛାଲକୁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ ପଠାଯାଇଛି। ଗତ ଏକ ବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧୪ଟି ଚିତା ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଚମଡା, ୩ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୨୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।