ଆଜି ଅପରାହ୍ଣ ସାଢେ ୪ଟାରେ କୋଭିଡ କଟକଣା ନେଇ ଡିଜିପି ଅଭୟ କରିପାରନ୍ତି ବଡ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଅପରାହ୍ଣ ସାଢେ ୪ଟାରେ କୋଭିଡ କଟକଣାକୁ ନେଇ ବଡ ଘୋଷଣା କରିପାରନ୍ତି ପୁଲିସ ଡିଜି ଅଭୟ। ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦ୍ୱିତୀୟ ଲହର ଅଧିକ ଭୟଙ୍କର ହେଲାଣି। କରୋନା କଟକଣାକୁ ମଧ୍ୟ ଲୋକ ମାନୁ ନାହାନ୍ତି। ତେଣୁ ଅଧିକ ସଂକ୍ରମଣ ବଢୁଛି। ବର୍ତ୍ତମାନ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ କଟକଣା ରହିଛି। ପୁଲିସ ମଧ୍ୟ ଲୋକଙ୍କୁ ମାସ୍କ ଓ ସାମାଜିକ ଦୂରତା ନେଇ ସଚେତନ କରାଉଛି। ଲୋକେ ନିୟମ ନ ମାନିବାରୁ କେତେକ ସ୍ଥାନରେ ସଂକ୍ରମଣ ବୃଦ୍ଧି ହେତୁ ସିଲ କରାଯାଉଛି।

କୋଭିଡ ସ୍ଥିତିକୁ ଲକ୍ଷ କରି ଆଜି କିଛି କଟକଣା ବଢାଇପାରନ୍ତି ପୁଲିସ ଡିଜି ଅଭୟ। ଆଜି ଅପରାହ୍ଣ ସାଢେ ୪ଟାରେ ପ୍ରେସମିଟ କରି ଶ୍ରୀ ଅଭୟ ଏ ସମ୍ପର୍କରେ ସୂଚନା ଦେବେ।