ସବୁ ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୮,୩୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବେକାବୁ ହେଉଛି କରୋନା ଭୂତାଣୁ ସଂକ୍ରମଣ। ଆଜି ପୁଣି ରେକର୍ଡ ଭାଙ୍ଗିଲା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮,୩୮୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୪,୭୮୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଓ ୩,୬୦୫ ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୪୭, ବାଲେଶ୍ୱରରୁ ୨୦୨, ବରଗଡ଼ରୁ ୨୫୭, ଭଦ୍ରକରୁ ୬୭, ବଲାଙ୍ଗିରରୁ ୩୫୮, ବୌଦ୍ଧରୁ ୮୩, କଟକରୁ ୪୯୬, ଦେବଗଡ଼ରୁ ୬୧, ଢ଼େଙ୍କାନାଳରୁ ୨୧, ଗଜପତିରୁ ୯୬, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୨୭୦, ଝାରସୁଗୁଡ଼ାରୁ ୪୩୩, କଳାହାଣ୍ଡିରୁ ୧୨୬, କନ୍ଧମାଳରୁ ୫୩, କେନ୍ଦ୍ରାପଡ଼ାରୁ ୪୯, କେନ୍ଦୁଝରରୁ ୧୭୫, କୋରାପୁଟରୁ ୬୯, ମାଲକାନଗିରିରୁ ୨୪, ମୟୂରଭଞ୍ଜରୁ ୨୮୯, ନବରଙ୍ଗପୁରରୁ ୩୮୮, ନୟାଗଡ଼ରୁ ୧୨୨, ନୂଆପଡ଼ାରୁ ୨୩୩, ପୁରୀରୁ ୨୫୯, ରାୟଗଡ଼ାରୁ ୭୫, ସମ୍ବଲପୁରରୁ ୩୦୭, ସୋନପୁରରୁ ୬୭, ସୁନ୍ଦରଗଡ଼ରୁ ୯୩୩ ଓ ଷ୍ଟେଟପୁଲରୁ ୩୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୭୧ ହଜାର ୨୦୦ ଜଣ ସୁସ୍ଥ ହୋଇଛନ୍ତି ଓ ୫୫ ହଜାର ୨୪୫ ଜଣ ଚିକିତ୍ସାଧୀନ ଅଛନ୍ତି।