ରାଜ୍ୟରେ ସୁସ୍ଥ ହେଲେ ଆଉ ୩୪୬୪ କୋଭିଡ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୬ ହଜାର ପାର ହୋଇଛି। ଏହି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩୪୬୪ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହି ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୨୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୪୧, ନୂଆପଡ଼ାରୁ ୩୩୯, କଳାହାଣ୍ଡିରୁ ୨୫୯, କଟକରୁ ୨୦୯, ନବରଙ୍ଗପୁରରୁ ୧୭୨, ସମ୍ବଲପୁରରୁ ୧୫୧, ବରଗଡ଼ରୁ ୧୩୭, ବଲାଙ୍ଗିରରୁ ୧୩୨, କେନ୍ଦୁଝରରୁ ୧୩୧, ପୁରୀରୁ ୧୧୪, ଝାରସୁଗୁଡ଼ାରୁ ୧୦୬, ମୟୂରଭଞ୍ଜରୁ ୭୧, ବାଲେଶ୍ୱରରୁ ୬୬, ଗଞ୍ଜାମରୁ ୫୬, ଅନୁଗୁଳରୁ ୪୪, ଯାଜପୁରରୁ ୪୩, ରାୟଗଡ଼ାରୁ ୩୭, ଭଦ୍ରକରୁ ୩୩, ଗଜପତିରୁ ୩୩, ଜଗତସିଂହପୁରରୁ ୨୩, ଢ଼େଙ୍କାନାଳରୁ ୨୧, ନୟାଗଡ଼ରୁ ୨୧, ସୋନପୁରରୁ ୧୯, କନ୍ଧମାଳରୁ ୧୬, ଦେବଗଡ଼ରୁ ୧୫, ମାଲକାନଗିରିରୁ ୧୫, ବୌଦ୍ଧରୁ ୧୩, କୋରାପୁଟରୁ ୧୩, କେନ୍ଦ୍ରାପଡ଼ାରୁ ୧୧ ଏବଂ ଷ୍ଟେଟପୁଲରୁ ୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୪୬୭ରେ ପହଞ୍ଚିଛି।