ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ସମୀର ଦାସଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଥିବା ବେଳେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ସେ ମିଡ଼ିଆରେ ପ୍ରକାଶ କରିଛନ୍ତି କି ମାଟ୍ରିକ ପରୀକ୍ଷା ନହେଉ ଏଭଳି ଇଚ୍ଛା ସରକାରଙ୍କ ନଥିଲା। ପରୀକ୍ଷା ହେବା ପାଇଁ ସରକାର ବ୍ୟାପକ ଚେଷ୍ଟା କରିଥିଲେ। ହେଲେ ପରିସ୍ଥିତିକୁ ନଜରରେ ରଖି ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି।

ରାଜ୍ୟ ସରକାରଙ୍କ କହିବା ଅନୁସାରେ ଯୁକ୍ତ ଦୁଇ ପରୀକ୍ଷା ଜୁନ ମାସ ପ୍ରଥମ ସପ୍ତାହରେ ହେବ। ତେବେ ସେତେବେଳର ସ୍ଥିତିକୁ ଦେଖି ପରୀକ୍ଷା ହେବ ନା ନାହିଁ ସେଥିପାଇଁ ନିଷ୍ପତ୍ତି ନିଆଯିବ। କିନ୍ତୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦିଅନ୍ତୁ ବୋଲି ଶ୍ରୀ ଦାସ କହିଛନ୍ତି।