କଟକ,ଏନ୍ଏନ୍ଏସ୍: ଆଜିଠାରୁ କ୍ଲାସ ବନ୍ଦ ହେବାପରେ ସ୍କୁଲ ପରିଚାଳନା ନେଇ ଗାଇଡଲାଇନ ଜାରି କରାଯାଇଛି। ୫୦ ପ୍ରତିଶତ ଷ୍ଟାଫରେ ସ୍କୁଲ ଚାଲିବା ନେଇ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଉଭୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ମାତ୍ର ୫୦ ପ୍ରତିଶତ ସ୍କୁଲ ଆସିବେ। ଦୈନନ୍ଦିନ ଅଫିସ କାର୍ଯ୍ୟ ପାଇଁ ପ୍ରଧାନଶିକ୍ଷକ ରୋଷ୍ଟର ଡ୍ୟୁଟି ବାଣ୍ଟିବେ। ଆଡମିଶନ, ବହି ବଣ୍ଟନ ଆଦି କାର୍ଯ୍ୟ ପାଇଁ ଏମାନେ ସ୍କୁଲ ଆସିବେ। କୌଣସି ଷ୍ଟାଫ ହେଡକ୍ୱାର୍ଟର ଛାଡ଼ିବାକୁ ଚାହିଁଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ଜଣାପଡ଼ିଛି।