ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ପୁଣି ରେକର୍ଡ କରିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୪୪୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ପଜିଟିଭ ଆକ୍ରାନ୍ତଙ୍କ ମଧ୍ୟରେ ୨୫୭୪ ଜଣ ସଂଗରୋଧ କେନ୍ଦ୍ରର ଓ ୧୮୭୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ସେହିପରି ସୁନ୍ଦରଗଡ଼ରୁ ସର୍ବାଧିକ ୭୨୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୮୭ ଜଣ, ନୂଆପଡ଼ାରୁ ୪୩୭ ଜଣ, କଳାହାଣ୍ଡିରୁ ୨୭୩ ଜଣ, କଟକରୁ ୨୫୧ ଜଣ, ସମ୍ବଲପୁରରୁ ୨୪୧ ଜଣ, ଝାରସୁଗୁଡ଼ାରୁ ୨୩୧ ଜଣ, ପୁରୀରୁ ୨୧୯ ଜଣ ରହିଛନ୍ତି। ସେହିପରି ବରଗଡ଼ରୁ ୧୭୮, ବଲାଙ୍ଗିରରୁ ୧୬୮, ନବରଙ୍ଗପୁରରୁ ୧୨୭, ଷ୍ଟେଟପୁଲରୁ ୧୨୫, ବାଲେଶ୍ୱରରୁ ୧୨୩, ମୟୂରଭଞ୍ଜରୁ ୧୦୦, ଅନୁଗୁଳରୁ ୮୭, କେନ୍ଦୁଝରରୁ ୭୫, ଗଞ୍ଜାମରୁ ୬୨, ଯାଜପୁରରୁ ୫୮, ରାୟଗଡ଼ାରୁ ୫୩, ନୟାଗଡ଼ରୁ ୫୦, ଭଦ୍ରକରୁ ୪୩, କେନ୍ଦ୍ରାପଡ଼ାରୁ ୩୫, ଦେବଗଡ଼ରୁ ୩୫, ଜଗତସିଂହପୁରରୁ ୩୩, କନ୍ଧମାଳରୁ ୨୯, ସୋନପୁରରୁ ୨୨, ବୌଦ୍ଧରୁ ୨୧, କୋରାପୁଟରୁ ୨୧, ଢ଼େଙ୍କାନାଳରୁ ୨୦, ଗଜପତିରୁ ୧୦ ଓ ମାଲକାନଗିରିରୁ ୯ ଜଣ ରହିଛନ୍ତି।
ଏଥିସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୭୨ ହଜାର ୭୦୩କୁ ବୃଦ୍ଧି ପାଇଛି। ସେଥିରୁ ୩ ଲକ୍ଷ ୪୬ ହଜାର ୧୩୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୪ ହଜାର ୫୬୮ ଜଣ ସକ୍ରିୟ ଅଛନ୍ତି।