ଟ୍ୱିନସିଟିରେ ଆଜିଠୁ୧୪୪ ଧାରା

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ ଓ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଥିବା ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ଜାରି ହେବ। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ରହିବ ବୋଲି ଜଣାପଡ଼ିଛି। ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ୧୪୪ ଧାରା ଲାଗୁ ହେଉଥିବାରୁ ବାହାରେ ବୁଲିବାକୁ ବାରଣ କରାଯାଇଛି। ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ କଟକଣା ରହିବ। ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି।