ରାଜ୍ୟରେ ୭୯୧ କରୋନାରେ ସଂକ୍ରମିତ: ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୭୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୫୯ ଓ ସ୍ଥାନୀୟ ସଂକ୍ରମଣ ୩୩୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୪ହଜାର ୬୪୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୪୭, ଖୋର୍ଦ୍ଧାରୁ ୧୧୮, ବରଗଡ଼ରୁ ୪୮, ସମ୍ବଲପୁରରୁ ୪୫, କଟକରୁ ୪୬, ପୁରୀରୁ ୪୩, କେଉଁଝରରୁ ୩୯, କଳାହାଣ୍ଡିରୁ ୩୮, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୩୧ ଲେଖାଏଁ, ଷ୍ଟେଟପୋଲରୁ ୨୭, ମୟୁରଭଞ୍ଜରୁ ୨୪, ନବରଙ୍ଗପୁର ଜିଲ୍ଲାରୁ ୨୩ ଜଣ ରହିଛନ୍ତି। ସେହିପରି ଅନୁଗୁଳରୁ ୧୭, ଯାଜପୁରରୁ ୧୬, ବଲାଙ୍ଗିର ଓ ରାୟଗଡ଼ାରୁ ୧୪ ଲେଖାଏଁ, ଭଦ୍ରକରୁ ୧୦, ଜଗତସିଂହପୁର, ଗଞ୍ଜାମ ଓ କୋରାପୁଟରୁ ୯ ଲେଖାଏଁ, ସୋନପୁର ଓ ନୟାଗଡ଼ରୁ ୭ ଲେଖାଏଁ, ବାଲେଶ୍ୱରରୁ ୬, କନ୍ଧମାଳରୁ ୪, ଢେଙ୍କାନାଳରୁ ୩, ମାଲକାନଗିରି ଓ ବୌଦ୍ଧରୁ ୨ ଲେଖାଏଁ, କେନ୍ଦ୍ରାପଡ଼ା ଓ ଦେଓଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ପୁରୀର ଜଣେ ୨୮ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତି। ସେ କରୋନା ବ୍ୟତୀତ ମଧୁମେହରେ ପୀଡ଼ିତ ଥିଲେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୨ଲକ୍ଷ ୪୪ହଜାର ୫୭୪ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୪୪ହଜାର ୬୪୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୮ହଜାର ୪୧୬ଜଣ ସୁସ୍ଥ ହୋଇଛନ୍ତି, ୧୯୨୩ଜଣଙ୍କର ମୃତ୍ୟୁ ଘଟିଛି ଓ ୪୨୫୫ ଜଣ ଚିକିତ୍ସିତ ହେଉଛନ୍ତି।